ଇସ୍ରୋ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ୱର,୨୩ା୮(ଅନିଲ ଦାସ): ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ବୁଧବାର ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହି ଅବିସ୍ମରଣୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଐତିହାସିକ ସଫଳତା। ଭାରତ ପାଇଁ ଏହା ଏକ ଚମତ୍କାର ଉପଲବ୍ଧି। ଏହି ଐତିହାସିକ ପ୍ରକଳ୍ପରେ ସାମିଲ ହୋଇଥିବା ସମସ୍ତ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ବୁଧବାର ଅପରାହ୍ନରେ ଚନ୍ଦ୍ରୟାନ ଅବତରଣ ଲାଇଭ୍‌ ଦୃଶ୍ୟକୁ ଟିଭିରେ ଦେଖିଥିଲେ। ଏହି ସମୟରେ ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share