ସାକ୍ଷାତ ପରେ ମାଝୀଙ୍କ ନେତୃତ୍ୱକୁ ନେଇ ଏଭଳି କହିଲେ ନବୀନ

ଭୁବନେଶ୍ୱର,୧୨।୬: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାଜପା। ବୁଧବାର ଦଳର ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏଠାରେ ସେ ତାଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ।

ତେବେ ଏହି ସାକ୍ଷାତକାରକୁ ନେଇ ନବୀନ ଟୁଇଟ୍‌ କରି କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି। ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ନେତୃତ୍ୱ, ଦୃଢ଼ତା ଏବଂ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ମୋର ଆଶା ଏବଂ ବିଶ୍ୱାସ ବୋଲି ସେ କହିଛନ୍ତି।

Share