Advertisement
Categories: Home Leftଖେଳ

ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା, ୨୦ ମାସ ପାଇଁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୨: ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା ଲାଗିଛି। ଚୁକ୍ତିନାମା ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଆଫଗାନିସ୍ତାନର ତାରକା ପେସର୍‌ ନବୀନ ଉଲ ହକ୍‌ଙ୍କ ଉପରେ ୨୦ ମାସ ପାଇଁ ବ୍ୟାନ୍‌ କରିଛି। ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ରେ ନବୀନ ଶାରଜାହ ୱାରିୟର୍ସର ଏକ ଅଂଶ ଥିଲେ, ଯାହା ସହିତ ସେ ଚୁକ୍ତି ଭଙ୍ଗ କରିଥିଲେ। ପ୍ରଥମ ସିଜନ୍‌ରେ ନବୀନ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଖେଳୁଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ବର୍ତ୍ତମାନ ଲିଗ୍‌ ତାଙ୍କ ଉପରେ ୨୦ମାସ ପାଇଁ ବ୍ୟାନ୍‌ ଲଗାଇଛି।

ପ୍ରଥମ ସିଜନରେ ନବୀନ ଶାରଜାହ ୱାରିୟର୍ସ ପାଇଁ ୯ ମ୍ୟାଚରେ ହାରାହାରି ୨୪.୩୬ରେ ୧୧ ଉଇକେଟ୍‌ ନେଇଥିଲେ। ଫ୍ରାଞ୍ଚାଇଜ ନବୀନଙ୍କ ସହ ଏକ ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିଥିଲା, ଯାହାକୁ ଦଳ ବଢାଇବାକୁ ଚାହୁଁଥିଲା, କିନ୍ତୁ ନବୀନ ମନା କରିଦେଇଥିଲେ। ନବୀନଙ୍କ ବାରଣ କରିବା ତାଙ୍କୁ ନିଷେଧାଦେଶ ଆଡକୁ ନେଇଗଲା। ନବୀନଙ୍କ ଉପରେ କଣ୍ଟ୍ରାକ୍ଟ ଏଗ୍ରିମେଣ୍ଟକୁ ନେଇ ବ୍ୟାନ୍‌ ଲଗାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel