Posted inଖେଳ

IPL 2024 ପୂର୍ବରୁ ଦଳଗୁଡ଼ିକୁ ଲାଗିଲା ବଡ଼ ଝଟ୍‌କା, ଟୁର୍ନାମେଣ୍ଟ ଖେଳିପାରିବେନି ଏହି ୩ ଖେଳାଳି

କାବୁଲ,୨୬ା୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ଦଳଗୁଡ଼ିକ ଲାଗି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନର ୩ ଖେଳାଳି ମୁଜିବ୍‌ ଉର ରେହମାନ, ନବୀନ ଉଲ୍‌ ହକ୍‌ ଓ ଫଜଲ୍ହକ୍‌ ଫାରୁକିଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ପକ୍ଷରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ ପ୍ରଦାନ କରାଯିବାକୁ ମନା କରାଯାଇଛି। ଏହି ୩ ଖେଳାଳି ଜାତୀୟ ଦଳ ପାଇଁ ନ ଖେଳି ବିଭିନ୍ନ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବାକୁ ପ୍ରାଧାନ୍ୟ ଦେଇଥିବା ବେଳେ ଏସିବି ଏଭଳି ନିଷ୍ପତ୍ତି ନେଇଛି। ଖେଳାଳି ମାନେ ଏସିବିର ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ଜାତୀୟ କ୍ରିକେଟର ହିତକୁ ଆଖି ଆଗରେ ରଖି ଏହି ୩ ଖେଳାଳିଙ୍କୁ ଆଗାମୀ ଦୁଇ ବର୍ଷ ଯାଏ ବିଦେଶୀ ଲିଗ୍‌ରେ ଖେଳିବାକୁ ଅନୁମତି ନ ଦେବା ଲାଗି ଏସିବି ନିଷ୍ପତ୍ତି ନେଇଛି। ଫଳରେ ଆସନ୍ତା ଆଇପିଏଲ୍‌ରେ ଏହି ୩ ଖେଳାଳିଙ୍କ ଅଂଶଗ୍ରହଣ କରିବାକୁ ନେଇ ଆଶଙ୍କା ଲାଗି ରହିଛି। ତେବେ ମୁଜିବ୍‌ଙ୍କୁ ୨ କୋଟି ଟଙ୍କାରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଥିବା ବେଳେ ନବୀନ ଓ ଫାରୁକିଙ୍କୁ ଯଥାକ୍ରମେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ରିଟେନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର: ଦେଖନ୍ତୁ ଟ୍ରେଲର୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ...

ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି...

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ...

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri