ନିର୍ବାଚନ ପରେ ପ୍ରଥମ ଥର ହିଞ୍ଜିଳି ଗସ୍ତରେ ନବୀନ: ଫସଲ ହାନି ନେଇ ଚାଷୀଙ୍କ ସହ କଲେ ଆଲୋଚନା

ହିଞ୍ଜିଳିକାଟୁ,୩୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଛନ୍ତି।

ଗସ୍ତ ସମୟରେ ନବୀନ ଅଞ୍ଚଳର ଚାଷୀ, ଜନସାଧାରଣ ଓ ସ୍ଥାନୀୟ ନେତାଙ୍କୁ ଭେଟି ଲଗାଣ ବର୍ଷା ଜନିତ ଫସଲ କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଡିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଧାନ ସାଙ୍ଗକୁ ପନିପରିବା, କପା ଓ ଚିନାବାଦାମ ଚାଷ ଆଦି କ୍ଷତିଗ୍ରସ୍ତ ହୋଇଛି। ଏଭଳିସ୍ଥିତିରେ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି।

ଶେରଗଡ଼ କାର୍ଯକ୍ରମ ପରେ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ଗ୍ରାମ ଓ ପରେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ପୋଡିଙ୍ଗୀ ଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଧାନ ଫସଲ ଦେଖିଥିଲେ। କ୍ଷୟକ୍ଷତି ସମ୍ପର୍କିତ ଆଲୋଚନା ପରେ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହାୟତା ପାଇଁ ଦାବି କରିବେ ବୋଲି ଜନସାଧାରଣଙ୍କୁ ଅବଗତ କରିଥିଲେ।

ଏହି ଅବସରରେ ବିଜେଡି ଜିଲା ପରିଷଦ ନୋମିନି ଦେବାନନ୍ଦ ମହାପାତ୍ର, ବ୍ଲକ ବିଜେଡି ସଭାପତି ଦୁର୍ଗା ମହାନ୍ତି,ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ,ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ, ନୋମିନି ପ୍ୟାରୀମୋହନ ପାଢୀ, ସଞ୍ଜୟ ପଣ୍ଡାଙ୍କ ସହ ଜିଲା ପରିଷଦ ସଦସ୍ୟ, ସରପଞ୍ଚ ସମିତି ସଭ୍ୟ, ଜନ ପ୍ରତିନିଧି ଓ ଦଳୀୟ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨...

୭ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ଆସିବେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ 

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଭୁକ୍ତି, ବିବିଧତା ଏବଂ ନ୍ୟାୟ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟରେ ସାତ...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ, ଗଣମାଧ୍ୟମ ସାମ୍ନାନାରେ କହିଲେ…

ଭୁବନେଶ୍ୱର,୨୧।୪: ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image