ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୩୦ରେ ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିବେ। ତେବେ ନବୀନଙ୍କ ଗସ୍ତ ଓ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।

ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ନବୀନ ନବରଙ୍ଗପୁର, କୋରାପୁଟ କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ ।

Share