ନବୀନଙ୍କୁ ଶୂନ ମାର୍କ ମିଳିବ: ଜୟନାରାୟଣ

ଭୁବନେଶ୍ୱର, ୨୭।୯(ସୁନିତ୍‌ ମିଶ୍ର): ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କେତେକାଂଶରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ପୁଣି ଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଦେଇଛି। ତେବେ ଏହି କାର୍ଯ୍ୟକ୍ରମ ଅବସରରେ ବିକାଶମୂଳକ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୦ରୁ କେତେ ମାର୍କ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ମୋଦିଙ୍କୁ ସେ ୮ ମାର୍କ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ କାମକୁ ଦେଖିଲେ ନବୀନଙ୍କୁ ୧୦ରୁ ୦ ମାର୍କ ମିଳିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଙ୍ଗଳବାର କହିଛନ୍ତି।
ଜୟନାରାୟଣ କହିଛନ୍ତି, ନବୀନଙ୍କୁ ୧୦ରୁ ଶୂନ ମିଳିବା କଥା। ରାଜ୍ୟରେ ସେମିତି କାମ ତ ଦେଖିପାରୁନୁ। ରାଜ୍ୟରେ ବିପିଏଲ୍‌ ସଂଖ୍ୟା ବଢ଼ିଚାଲିଛି। ସ୍କୁଲ ଏବଂ ଶିକ୍ଷା ଯାହା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବା କଥା ଦୁଇଟି ଯାକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। କେନ୍ଦ୍ର ସରକାରଙ୍କ ଟଙ୍କାରେ ଯାହା ସବୁ ହେଉଛି ସେଥିରୁ କେବଳ ନାଁ ନେବାକୁ ସେମାନେ ଚେଷ୍ଟା କରୁଛନ୍ତି। ସବୁ କ୍ଷେତ୍ରରେ ଏମାନେ ବିଫଳ, ଏପରିକି କିଛି କ୍ଷେତ୍ର ଅଛି ଯେଉଁଥିରେ ଏ ସରକାର ସଫଳତା ହାସଲ କରିପାରିଛି। ଦାରିଦ୍ର୍ୟରେ ଝାଡ଼ଖଣ୍ଡ ପରେ ଓଡ଼ିଶା ରହିଛି। ନାରୀ ନିର୍ଯାତନା ଏବଂ ଦୁର୍ନୀତିରେ ଓଡ଼ିଶା ଏବେ ଭାରତବର୍ଷରେ ପ୍ରଥମ ସ୍ଥାନରେ ରହିଛି। ମୋଦି ସରକାର ଲେସ୍‌ କରପଟେଡ୍‌ ହେଲେ ନବୀନ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି ସେ କହିଛନ୍ତି।
ଜୟନାରାୟଣଙ୍କ ପ୍ରତିକ୍ରିୟା ଉପରେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଭାଜପା ବାଲାଙ୍କ ନିଷ୍ପତ୍ତି କିଭଳି ହେବ ସେକଥା ସେମାନେ ହିଁ ସ୍ପଷ୍ଟୀକରଣ ଦେଇପାରିବେ। ସେମାନେ କହିପାରିବେ ଏ ସରକାର କ’ଣ ସବୁ ଭୁଲ୍‌ କରିଛନ୍ତି ଯେଉଁଥିଲାଗି ଲୋକମାନେ ରାଜ୍ୟରେ ୫ ଥର ସରକାରରେ ବସାଇଲେଣି। କିନ୍ତୁ ସାଧାରଣରେ ସରକାରଙ୍କ ଭୁଲ୍‌ ଭ୍ରାନ୍ତି ଦେଖୁଥିଲେ ୨୩ ବର୍ଷର ସରକାର ରାଜ୍ୟରେ ନ ଥାଆନ୍ତା। ତେଣୁ ଭାଜପା ବାଲାଙ୍କ ମାର୍କ ଦରକାର ନାହିଁ କାରଣ ଲୋକମାନେ ବିଜେଡିକୁ ଯାହା ଦେବା କଥା ଦେଉଛନ୍ତି ବୋଲି ଶଶିଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri