ଚମକାଇବେ ନବୀନ! ଏପ୍ରିଲ ୧୯ରେ କରିବେ ବଡ଼ ଘୋଷଣା

ଭୁବନେଶ୍ୱର,୧୩।୪: କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି ଭିତରେ ବିଜେଡିର ସାଂଗଠିନକ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହେବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। କୁହାଯାଉଛି ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପ୍ରଥମଥର ପାଇଁ କ୍ଷମତାରେ ନ ଥିବାବେଳେ ବିଜେଡିରେ ସାଂଗଠନିକ ଅଦଳବଦଳ ହେବାକୁ ଯାଉଛି। ସଭାପତି ଭାବେ ନବୀନ ପଟ୍ଟନାୟକ ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପରେ ୨ନଂ ନେତା କିଏ ହେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୯ରେ ନିଜ ପରେ ଦଳର ପାଓ୍ବାରଫୁଲ ନେତା ଭାବେ କାହାକୁ ବାଛିବେ ନବୀନ? କିଏ ହେବେ ବିଜେଡିର ନବୀନଙ୍କ ପରେ କ୍ଷମତାକେନ୍ଦ୍ରୀକ ବ୍ୟକ୍ତି। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ବିଜେଡିରେ ୨ନଂ ନେତା ? କହିବାର ଅର୍ଥ, ନବୀନଙ୍କ ପରେ ଦଳରେ କିଏ ହେବେ ପାୱାରଫୁଲ ? କିଏ ହେବେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ରାଜନୀତିରେ ଆମେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଷୟରେ ସବୁବେଳେ ଶୁଣି ଆସିଛେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ଆମର ନଜିର ରହିଛି। ୨ୟ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଦଳର ମୁଖିଆଙ୍କ ପରେ ସବୁଠୁ ଶକ୍ତିଶାଳୀ ନେତା। ଏହାରି ଭିତରେ ବିଜେଡିର ୨ୟ କ୍ଷମତା କେନ୍ଦ୍ର କିଏ ହେବେ ଏନେଇ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଅଫିସିଆଲି ଭାବରେ ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସଂଗଠନ ସଂପାଦକ ଥିବା ବବି ଦାସଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ନେତା ବୋଲି ବିବେଚନା କରାଯାଉଥିଲା । ନିର୍ବାଚନ ପରାଜୟର ପ୍ରାୟ ୧୦ ମାସ ପରେ ଯେଉଁ ସାଙ୍ଗଠନିକ ପୁନର୍ଗଠନ ହେବାକୁ ଯାଉଛି, ସେଥିରେ ନବୀନଙ୍କ ପରେ କାହାକୁ ପାୱାରଫୁଲ କରାଯିବ, ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ଯେଉଁ ନେତାଙ୍କ ନାଁ ଆଗକୁ ଆସୁଛି ସେମାନେ ହେଲେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ପ୍ରତାପ ଦେବ, ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ।

ତେବେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କିଏ? ୨୦୨୪ ନିର୍ବାଚନରେ ଯେତେବେଳେ ବିଜେଡିର ଷ୍ଟାର ତାଲିକା ପ୍ରକାଶ ପାଇଲା ସେତେବେଳେ ନବୀନଙ୍କ ପରେ ଭିକେ ପାଣ୍ଡିଆନଙ୍କ ନାଁ ଥିଲା। ଲିଷ୍ଟରେ ୧ ନମ୍ବରରେ ନବୀନ ଥିବାବେଳେ ୨ନଂରେ ପାଣ୍ଡିଆନ ଥିଲେ। ପ୍ରଚାରବେଳେ ନବୀନଙ୍କ ଅନୁପସ୍ଥିତିରେ ଦଳର ବଡ଼ ବଡ଼ ନ ଥିଲାବେଳେ ମଞ୍ଚରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିଲା। ଏକ ପ୍ରକାର ଆମେ ଦେଖିଲେ ଜାଣି ପାରିବା ନବୀନ ନିର୍ବାଚନବେଳେ ହେଉ କି ନିଜ ରାଜନୈତିକ କ୍ୟାରିୟରେ ନିଜର ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳର ସମସ୍ତ କାମ କରିଥାନ୍ତି। କୌଣସି ବଡ଼ ଘୋଷଣା ହେଉ କି ରାଜନୈତିକ ଗୋଟି ଚାଳନା। ତେବେ ଏହାର ଉଦାହରଣ ୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ, ଯିଏ ୧୯୯୭ ମସିହାରୁ ବିଜେଡିର ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେ ଏବେ ବି ଦଳର ଏକମାତ୍ର ପ୍ରମୁଖ ନେତା ଭାବେ ରହିଛନ୍ତି। ନବୀନଙ୍କ ପରେ ଦଳର ନେତୃତ୍ୱ ନେଇ ବିଭିନ୍ନ ନାଁ ଆଲୋଚନାରେ ରହିଛି। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା, କିନ୍ତୁ ୨୦୨୪ରେ ନବୀନ ସ୍ପଷ୍ଟ କରିଥିଲେ ଯେ, “ଓଡ଼ିଶାର ଜନତା ମୋ ପରେ ନେତା ନିର୍ଦ୍ଧାରଣ କରିବେ। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଯିଏ ପୂର୍ବରୁ ସାଙ୍ଗଠନିକ ସଚିବ ଥିଲେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଦେଖାଯାଉଛି। ତେବେ ଏହାରି ଭିତରେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, “ନବୀନ ହିଁ ଏକମାତ୍ର ନେତା, ଏବଂ ଦଳ ବାହାର ଲୋକଙ୍କୁ ନେତୃତ୍ୱ ଦେବାକୁ ଗ୍ରହଣ କରିବ ନାହିଁ।”

ଯାହା ସୂଚନା ମିଳିଛି, ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ସଭାପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି । ନବୀନ ପୁନର୍ବାର ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେଣୁ ନବୀନଙ୍କ ପରେ ନମ୍ବର ୨ ନେତାଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି । ପୂର୍ବ ପରି ସଙ୍ଗଠନ ସମ୍ପାଦକ ପଦବୀ ବଳବତ୍ତର ରହିବ ନା ପୂର୍ବରୁ ଉଚ୍ଛେଦ ହୋଇଥିବା ମହାସଚିବ ପଦ ଫେରିବ, ତାହା ରହସ୍ୟଘେରରେ ରହିଛି । ଏଥର ଦଳରେ ରାଜନୈତିକ ବ୍ୟାପାର କମିଟି ରହିପାରେ । କିଛି ବରିଷ୍ଠ ନେତାଙ୍କୁ ନେଇ ଏହି କମିଟି ଗଠନ ହେବ । ଯେଉଁ କମିଟି ଦଳୀୟ ବ୍ୟାପାର ବୁଝି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ବି ଏହି କମିଟିର ହସ୍ତକ୍ଷେପ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିବ’: ପାହାଲଗାମ ଆକ୍ରମଣ ଉପରେ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୭ା୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

ଅବ୍ୟବସ୍ଥାରେ ଚାଲିଛି ଗଞ୍ଜାମ ବାଳିକା ବିଦ୍ୟାଳୟ: ଶ୍ରେଣୀଗୃହ ନାହିଁ, ୪ କୋଠରିରେ ପଢୁଛନ୍ତି ୩୮୫ଛାତ୍ରୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କରଣ ସାହି ଷ୍ଟେସନ ରୋଡ଼ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି। ୪୬ ବର୍ଷର ଏହି ପୁରାତନ ବିଦ୍ୟାଳୟରେ...

ଗଣମାଧ୍ୟମ ଉପରେ ଲାଗୁ ହେଲା ପ୍ରସାରଣ କଟକଣା, ସୈନ୍ୟ ଗତିବିଧିର ସିଧା ପ୍ରସାରଣରୁ ଦୂରେଇ ରୁହ

ନୂଆଦିଲ୍ଲୀ,୨୭।୪: ଆତଙ୍କବାଦୀ ନିରୋଧୀ ଅଭିଯାନ, ଜାତୀୟ ସୁରକ୍ଷା ସ୍ବାର୍ଥରେ ସୁରକ୍ଷାବଳର ଗତିବିଧି ଆଦିର ସିଧା ପ୍ରସାରଣଠାରୁ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ଦୂରେଇ ରହିବା ପାଇଁ ସୂଚନା ଓ...

ଜମ୍ମୁ-କାଶ୍ମୀରରେ ସାମାଜିକ କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୭ା୪: ଜମ୍ମୁ ଓ କାଶ୍ମୀରର କୁପୱାରା ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ସାମାଜିକ କର୍ମୀଙ୍କୁ ଗୁଳିମାଡ କରିଛନ୍ତି। ଗୁଳିମାଡରେ ୪୫ ବର୍ଷୀୟ ସାମାଜିକ କର୍ମୀ ଆହତ...

ମୂଳପୋଛ ହେବ ଆତଙ୍କବାଦ: ବୋମା ମାଡ଼ କରି ଆଉ ଜଣେ ଆତଙ୍କବାଦୀର ଘର ଉଡାଇଦେଲା ସେନା

ନୂଆଦିଲ୍ଲୀ,୨୭ା୪: ଆତଙ୍କବାଦୀ ଭିତ୍ତିଭୂମିକୁ ମୂଳପୋଛ କରିବା ଲକ୍ଷ୍ୟରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ତୀବ୍ର ଅଭିଯାନରେ, ଜମ୍ମୁ ଓ କାଶ୍ମୀରରେ ଆଉ ଏକ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘର...

Pahalgam Attack: ସମ୍ପୃକ୍ତ ୨ ଆାତଙ୍କବାଦୀଙ୍କ ଘର ଧ୍ୱଂସ କରିଦେଲା ଭାରତୀୟ ସେନା

ଶ୍ରୀନଗର,୨୭।୪: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। କେତେଜଣ ଆତଙ୍କବାଦୀଙ୍କ...

୬ ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ରାଶନ କାର୍ଡ

ଭୁବନେଶ୍ୱର,୨୭ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ପ୍ରାୟ ଲକ୍ଷେ ଲୋକଙ୍କ ରାଶନ କାର୍ଡ କଟିଛି। ଏହାବାଦ୍‌ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image