ନବୀନଙ୍କୁ ଘାରିଛି ବିଜେଡି ଚିନ୍ତା! ଏକଜୁଟ୍ ରହିବାକୁ ଦଳୀୟ କର୍ମୀଙ୍କୁ ଦେଲେ ଆହ୍ୱାନ

ଭୁବନେଶ୍ୱର,୨୩।୬: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ବରିଷ୍ଠ ନେତା ଏବଂ ବିଭିନ୍ନ ଅଞ୍ଚଳର କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ କରି ସମୀକ୍ଷା କରୁଛନ୍ତି ବିଜୁ ଜନତା ଦଳର ମୁଖିଆ ନଵୀନ ପଟ୍ଟନାୟକ। ଏହି କ୍ରମରେ ଶନିବାର କିଛି କାର୍ଯ୍ୟକର୍ତାଙ୍କୁ ସାକ୍ଷାତ କରି ନବୀନ ସେମାନଙ୍କୁ ଦଳର ଆଗାମୀ ରଣନୀତି ନେଇ ଗୁରୁ ଜ୍ଞାନ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ”ରାଜ୍ୟରେ ଭାଜପା ସରକାରରେ ୨ରୁ ୩ଟି ବିଧାୟକ ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି। କେନ୍ଦ୍ରରେ ମଧ୍ୟ ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।” ତେବେ ନବୀଙ୍କ ଏହି ମନ୍ତବ୍ୟ ପରେ ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର କନ୍ଦଳ ଚାଲିଛି। ତେଣୁ ନବୀନଙ୍କୁ ଦଳରେ ଏକତା ଭାଙ୍ଗିବା ଭୟ ଘାରିଛି ଥିବା କୁହାଯାଉଛି। ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଏଦିଗକୁ ଅଧିକ ଇଙ୍ଗିତ କରିଛି।

ଗତ ନିର୍ବାଚନରେ ଦଳ ବିଧ୍ୟାନସଭାରେ ମୋଟ ୫୧ ଆସନରେ ବିଜୟୀ ହୋଇଥିଲା ବେଳେ ଲୋକ ସଭାରେ ଗୋଟିଏ ହେଲେ ଆସନ ଜିତି ପରି ନଥିଲା। ଦଳର ବଡ଼ ବଡ଼ ନେତା ନବାଗତାଙ୍କ ଠାରୁ ଅନେକ ସ୍ଥାନରେ ପରାଜୟର ସାମ୍ନା କରିଥିଲେ। ଏପରିକି ନବୀନ ମଧ୍ୟ କଣ୍ଟାବାଞ୍ଜି ଆସନରୁ ପରାଜୟର ସାମ୍ନା କରିଥିଲେ। କିନ୍ତୁ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ବିଜୟୀ ହୋଇଥିଲେ। ସେହିପରି ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକ ସଭା ଆସନରୁ ପରାଜିତ ହୋଇଥିଲା ବେଳେ କୋରେଇ ବିଧାନସବହ ଆସନରେ ତାଙ୍କର ମା’ ସନ୍ଧ୍ୟାରାଣୀ ଦାସ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ।

Share