ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।

‘ଏକ୍ସ’ ଜରିଆରେ ଭାଜପା ପକ୍ଷରୁ ମୁଖପାତ୍ର ଅନିଲ ବିଶ୍ବାଳ ପ୍ରତିକ୍ରିୟା ଦେଇଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ଲେଖିଛନ୍ତି, ସେ ୨୪ ବର୍ଷ ଶାସନରେ ଥିଲେ, କନ୍ଧମାଳ ଦଙ୍ଗା ବେଳେ କିଏ ମୁଖ୍ୟମନ୍ତ୍ରୀ ଥିଲେ।?  ୨୦୧୭ ଭଦ୍ରକ ଦଙ୍ଗା, ୨୦୨୧ ସମ୍ବଲପୁର ଅଶାନ୍ତ ବେଳେ କିଏ ଶାସନ କରୁଥିଲେ ବୋଲି କଡ଼ା ପ୍ରଶ୍ନ କରିଛନ୍ତି ଅନିଲ। ସେ କହିଛନ୍ତି, ନବୀନ ବାବୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ରାଜନୈତିକ ରୁଟି ସେକିବାକୁ ନବୀନ ସାଂପ୍ରଦାୟିକ ବୟାନବାଜି କରିବା ନିନ୍ଦନୀୟ ବୋଲି ସେ କଡ଼ା ଆକ୍ଷେପ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭଦ୍ରକ ଦଙ୍ଗାରେ ଗିରଫ ଅଭିଯୁକ୍ତଙ୍କ ଫଟୋ ବିଜେଡି ବିଧାୟକଙ୍କ ସହ ରହିଛି। ଏଥିସହିତ କନ୍ଧମାଳ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ନବୀନ ରାଜ୍ୟ ସଭା ଏମ୍‌ପି ବି କରିଛନ୍ତି। ଏହା କଣ ନବୀନ ବାବୁଙ୍କ ସୁଶାସନର ପ୍ରତୀକ ବୋଲି ପ୍ରଶ୍ନ କରିଛି ଭାଜପା।

ସୂଚନାଯୋଗ୍ୟ, ନବୀନ ଏକ୍ସରେ ଲେଖିଥିଲେ, ଭଦ୍ରକ ଓ ସୋନପୁରର ସାଙ୍ଗଠନିକ ପଦାଧିକାରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। ତିନି ମାସରେ ୪ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଯୋଗଦାନ ସହ ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ଆହ୍ୱାନ ଦେଲି।

ଏହି କଥାକୁ ନେଇ ଭାଜପା ଆଜି ନବୀନଙ୍କୁ କଡ଼ା ଟାର୍ଗେଟ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ…

ଭୁବନେଶ୍ୱର୧।୧୦: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି...

ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର: ଲାଞ୍ଚନେଇ ….

କେନ୍ଦ୍ରାପଡା,୧ା୧୦: କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍‌ ସେଫ୍ଟି...

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟିଛି। ଜେଜେ ମା’ଙ୍କ ଶ୍ରାଦ୍ଧ ଦେବାପାଇଁ ପୁରୀ ଆସିଥିବା ଦୁଇଜଣ ବ୍ୟକ୍ତି...

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ପ୍ରତି ପରିବାରକୁ ମିଳିବ…

ଭୁବନେଶ୍ୱର,୧।୧୦: BSKYକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା...

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍‌  

ଭଦ୍ରକ,୧।୧୦:ଭଦ୍ରକ ଧାମନଗର ଯାଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ। ଭଦ୍ରକ ଧାମନଗରରେ ପହଞ୍ଚି ପୋଲିସ ଡିଜି ୱାଇ.ବି ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ...

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦: ଆସନ୍ତାକାଲି ଅର୍ଥାତ୍‌ ବୁଧବାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri