ରାଜ୍ୟବାସୀଙ୍କ ତରଫରୁ ଦ୍ରୌପଦୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର, ୨୨ା୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି। ଦ୍ରୌପଦୀଙ୍କୁ ଏହି ବିପୁଳ ଭୋଟ ବ୍ୟବଧାନର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାବାସୀଙ୍କ ତରଫରୁ ନବୀନ ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶାବାସୀ ବେଶ୍‌ ଗର୍ବିତ ବୋଲି ନବୀନ କହିଛନ୍ତି। ଆସନ୍ତା ୨୫ ତାରିଖରେ ଦ୍ରୌପଦୀ ଶପଥ ନେବେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଶନିବାର ନବୀନ ୪ଦିନିଆ ନୂଆଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସେ ୨୬ରେ ଓଡ଼ିଶା ଫେରିବେ। ଏହି ଅବସରରେ ଓଡ଼ିଶାର କେତେକ କାର୍ଯ୍ୟ ନେଇ ନବୀନ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

Share