ବିଜେଡି ଛାଡ଼ିବା ପରେ ବି ସୋସିଆଲ ମିଡିଆ କଭରପେଜ୍‌ରୁ ନବୀନଙ୍କ ଫଟୋ ହଟାଇନାହାନ୍ତି ଅନୁଭବ

କଟକ,୩୦ା୩: ଶନିବାର ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଶେଷ କଥା ହେଲା ବିଜେଡିରୁ ଇସ୍ତଫା ଦେବା ପରେ ବି ଅନୁଭବ ନିଜର ସୋସିଆଲ ମିଡିଆ ପେଜ୍‌ ‘ଏକ୍ସ’ରୁ ନବୀନଙ୍କ ସହ ଥିବା କଭର୍‌ପେଜ୍‌ ଫଟୋ ହଟାଇନାହାନ୍ତି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକ ସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।

Share