Categories: ଜାତୀୟ

ଉଦ୍ଧବଙ୍କୁ ପୁଣି ଝଟ୍‌କା: ଶିନ୍ଦେଙ୍କୁ ସମର୍ଥନ କଲେ ଆଉ ୩୨ଶିବସେନା କର୍ପୋରେଟର

ମୁମ୍ବାଇ,୮।୭: ମହାରାଷ୍ଟ୍ରର ଶାସନ କ୍ଷମତା ହରାଇଥିବା ଶିବସେନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳୁଛି। ବର୍ତ୍ତମାନ ନଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ଶିବସେନାର ୩୨କର୍ପୋରେଟର ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଏହାପୂର୍ବରୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନର ୬୭ଟି ଶିବସେନା କର୍ପୋରେଟରଙ୍କ ମଧ୍ୟରୁ ୬୬ଏକନାଥ ଶିିନ୍ଦେଙ୍କ ଦଳରେ ଯୋଗଦେଇଥିଲେ। ଶୁକ୍ରବାର ନଭି ମୁମ୍ବାଇରେ ଶିବସେନାର ୩୨କର୍ପୋରେଟର ଏକନାଥ ଶିନ୍ଦେଙ୍କୁ ଭେଟି ତାଙ୍କୁ ସମର୍ଥନ ଜଣାଇଛନ୍ତି। କର୍ପୋରେଟରମାନେ କହିଛନ୍ତି, ଆମେ ଏକନାଥ ଶିିନ୍ଦେଙ୍କ ସହ ରହିବୁ। ଶିନ୍ଦେଙ୍କୁ ଜଣେ କର୍ମକର୍ତ୍ତା ମଧ୍ୟ ଫୋନ୍‌ କଲେ ଶିିନ୍ଦେ ତା’ର ଉତ୍ତର ଦେଇଥାନ୍ତି। ଏହା ଆମକୁ ଉତ୍ସାହିତ କରିଥାଏ ବୋଲି କିଛି କର୍ପୋରେଟର ପ୍ରକାଶ କରିଛନ୍ତି। କର୍ପୋରେଟରଙ୍କ ଏହି ସମର୍ଥନ ଉଦ୍ଧବଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି କିଛି ରାଜନୀତିଜ୍ଞ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଥାଣେର, ୬୭ରୁ ୬୬ ଶିବସେନାର କାଉନସିଲର ଏକନାଥଙ୍କୁ ଭେଟି ନିଜ ସମର୍ଥନ ଜଣାଇଥିଲେ।

Share