ଭାଜପାର ଜିଦ୍‌ ପରେ ନବୀନ ନିବାସ ବାହାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ନିବାସରୁ ବାହାରକୁ ଆସି ଆନ୍ଦୋଳନରତ ଭାଜପା ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳର ନେତା ନବୀନ ପଟ୍ଟନାୟକ। ସେ ଧାରଣାସ୍ଥଳରେ ପହଞ୍ଚି ବିଧାୟକମାନଙ୍କ ସହ କଥା ହେବା ସହ ସେମାନଙ୍କୁ ଡାକି ଭିତରକୁ ନେଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ ନବୀନଙ୍କ ଏଭଳି ଆଚରଣ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକାଶ ଯେ, ଗୁରୁବାର ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରି ନ ଥିଲା। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଥିଲେ। ଏହାପରେ ନବୀନଙ୍କୁ ଖୋଜିବା ପାଇଁ ଭାଜପା ବିଧାୟକମାନେ ଶୋଭାଯାତ୍ରାରେ ନବୀନ ନିବାସ ବାହାରିଥିଲେ। ତାଙ୍କ ପଛରେ ଶାସକ ଦଳର ବିଧାୟକମାନେ ଯୋଗଦେଇ ପାଛୋଟି ନେଉଥିବା କଥା କହିଥିଲେ। ଏଭଳି ପରିସ୍ଥିତିରେ ନବୀନ ନିବାସ ଆଗରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ସଦସ୍ୟମାନେ ଏକାଠି ହୋଇ ବିଧାୟକମାନଙ୍କୁ ସ୍ବାଗତ କରିବାକୁ ଛିଡ଼ା ହୋଇ ରହିଥିଲେ। ପରେ ଭାଜପା ସଦସ୍ୟ ପହଞ୍ଚିବା ପରେ ନବୀନଙ୍କୁ ସାଙ୍ଗରେ ନେଇ ବିଧାନସଭା ଆସିବା ସହ ତାଙ୍କ ସହ ଆଲୋଚନା କରିବେ ବୋଲି ଜିଦ୍‌ ଧରି ବସିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଗେଟ୍‌ ବାହାରକୁ ବାହାରି ଭାଜପା ସଦସ୍ୟମାନଙ୍କୁ ଭିତରକୁ ଯାଇ ଆଲୋଚନା କରିବାକୁ ଡାକି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର...

ସୁଭଦ୍ରା: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ

ଭୁବନେଶ୍ୱର,୧ା୩ (ଅନୁରାଧା ମହାରଣା) – ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ...

ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ…

ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର...

ଦୁର୍ଘଟଣାରେ ଚାଲିଗଲା ବିଏସ୍‌ଏଫ ଯବାନଙ୍କ ଜୀବନ: କାନ୍ଦବୋବାଳିରେ ଫାଟିଲା ଗାଁଦାଣ୍ଡ

କୋକସରା,୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବରଙ୍କ ପୁଅ ତଥା ବିଏସ୍‌ଏଫ ଯବାନ ରଶ୍ମୀ ରଞ୍ଜନ ଶବର(୪୫)...

ଅନ୍ୟ ଜାତି ଝିଅକୁ ବାହା ହୋଇଥିବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇନାହିଁ। ଏଭଳି ଏକ ଘଟଣା ଶନିବାର ପଦାକୁ ଆସିଛି। ଅନ୍ୟଜାତିର ଝିଅକୁ ବିବାହ ହେବା ପରେ...

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): ଦିନକୁ ଦିନ କଳାହାଣ୍ଡି ଜିଲା ତଥା ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧିବାସୀ ଗରିବ ଖଟିଖିଆ ଦିନମଜୁରିଆ ନିଜ ପରିବାର...

ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ…

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍‌ଘାଟନ କରିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image