Categories: ଜାତୀୟ

ସମସ୍ତ ବଳିଦାନ ପାଇଁ ପ୍ରସ୍ତୁତ: ସିଦ୍ଧୁ

ଚଣ୍ଡିଗଡ଼,୨୯ ।୯: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଥମ କରି ସାମ୍ନାକୁ ଆସିଛି ନବଜୋତ ସିଂ ସିଦ୍ଧୁଙ୍କ ବୟାନ । ବୁଧବାର ସେ ଏକ ଭିଡିଓ ଜାରି କରି କହିଛନ୍ତି, ଅଧିକାର ଓ ସତ ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ଲଢିବି । ମୋର କାହା ସହ କୌଣସି ବ୍ୟକ୍ତିଗତ ପ୍ରତିଦ୍ୱନ୍ଦିତା ନାହିଁ । ମୋର ରାଜନୈତିକ କ୍ୟାରିୟର ୧୭ ବର୍ଷର । ଯାହ ପରିବର୍ତ୍ତନ ଆଣିବାର ଥିଲା ଯାହା ଲୋକଙ୍କ ଜୀବନକୁ ଆହୁରି ସୁନ୍ଦର କରିବାରଥିଲା ତାହା ହେଉଛି ମୋର ଧର୍ମ । ସେ ଆହୁରି ମଧ୍ୟ କହିଛନ୍ତି ନା ମୁଁ ହାଇକମାଣ୍ଡଙ୍କୁ ଭ୍ରମିତ କରୁଛି ନା କରିବାକୁ ଦେବି । ହେଲେ ପଞ୍ଜାବ ଜନତାଙ୍କ ହିତ ପାଇଁ ମୁଁ ସବୁ ପ୍ରକାର ବଳିଦାନ ଦେଇ ପାରିବି । ଏଥିପାଇଁ ମୋତେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ମନୋମାଳିନ୍ୟ ପରେ ସିଦ୍ଧୁ ମାତ୍ର ୭୨ ଦିନ ହେବ କଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ବେଳେ ମଙ୍ଗଳବାର ହଠାତ୍ ଏହି ପଦରୁ ଇସ୍ତଫା ଦେଇଥିଲେ । ଯାହା କେହି ବୁଝି ପାରି ନ ଥିଲେ ।

Share