Categories: ଜାତୀୟ

ଏଏପିକୁ ଶୁଭେଚ୍ଛା ଜଣାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୦।୩: ପଞ୍ଜାବରେ ବଡ଼ ବିଜୟ ପାଇଁ ଆମ ଆଦମି ପାର୍ଟି (ଏଏପି)କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଏବେ ସୁଦ୍ଧା ଏଏପି ୯୧ ଆସନରେ ଆଗୁଆ ରହିଥିବା ବେଳେ ୧୭ ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ।

“ଲୋକଙ୍କ ସ୍ବର ହେଉଛି ଭଗବାନଙ୍କ ସ୍ବର। ପଞ୍ଜାବବାସୀଙ୍କ ଆଦେଶକୁ ନମ୍ର ଭାବେ ଗ୍ରହଣ କରୁଛୁ। ଏଏପିକୁ ଶୁଭେଚ୍ଛା” ବୋଲି ସିଦ୍ଧୁ ଟୁଇଟ୍‌ କରିଛନ୍ତି।

ଅମ୍ରିତସର ପୂର୍ବ ଆସନରେ ସିଦ୍ଧୁ ଏବଂ ଶିରମଣି ଅକଳି ଦଳ ନେତା ବିକ୍ରମ ସିଂ ମାଜିଠିଆ ଏବେ ଏଏପି ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ପଛୁଆ ଥିବା ପଞ୍ଜାବର ବଡ଼ ନେତାଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଯିଏକି କଂଗ୍ରେସ ଛାଡ଼ିବା ପରେ ନିଜ ଦଳ ଗଠନ କରିଥିଲେ।

Share