ଚଣ୍ଡିଗଡ,୨୪।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁଙ୍କ ଅପରେଶନ ସଫଳ ହୋଇଛି। ସିଦ୍ଧୁ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନବଜୋତ ସିଦ୍ଧୁ କହିଛନ୍ତି, ମୋର ସମସ୍ତ ଇଚ୍ଛା ଏବଂ ଆଶୀର୍ବାଦରେ ମୋ ସ୍ତ୍ରୀଙ୍କ ଅପରେଶନ ସଫଳ ହୋଇଛି। ତାଙ୍କର ରିପୋର୍ଟ ସକରାତ୍ମକ ଏବଂ ସେ ସୁସ୍ଥ ହେଉଛନ୍ତି। ତାଙ୍କୁ ଏକ ଶୃଙ୍ଖଳିତ ଚିକିତ୍ସା ବ୍ୟବସ୍ଥା ଅନୁସରଣ କରିବାକୁ ନିରନ୍ତର ଆଶ୍ୱାସନା ଏବଂ ଉତ୍ସାହର ଆବଶ୍ୟକତା ରହିଛି।
କଂଗ୍ରେସ ନେତା କହିଛନ୍ତି, ନବଜୋତ କୌର ସିଦ୍ଧୁଙ୍କ ବାମ ସ୍ତନରେ ୨ୟ ଷ୍ଟେଜ୍ କରସିନୋମା କର୍କଟ ହୋଇଥିଲା। ଜାଣିବା ପରେ ରାଡିକଲ ମାଷ୍ଟକ୍ଟୋମି କରିଥିଲେ ଏବଂ କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଥିଲା।