Categories: ଜାତୀୟ

ନରମିଲେ ସିଦ୍ଧୁ

ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍‌ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ମୁଁ ଅପରାହ୍ନ ୩ଟାରେ ଚଣ୍ଡିଗଡ଼ର ପଞ୍ଜାବ ଭବନରେ ପହଞ୍ଚୁଛି। ଯେକୌଣସି ପ୍ରକାର ଆଲୋଚନା ପାଇଁ ସ୍ବାଗତ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ମଧ୍ୟ ପଞ୍ଜାବ ଭବନରେ ପହଞ୍ଚିଥିବାବେଳେ ମନ୍ତ୍ରୀ ପରଗତ ସିଂ ମଧ୍ୟ ପଞ୍ଜାବ ଭବନରେ ପହଞ୍ଚିଛନ୍ତି। ପଞ୍ଜାବର ପ୍ରସଙ୍ଗକୁ ଦର୍ଶାଇ ସିଦ୍ଧୁ ତାଙ୍କ ନିଷ୍ପତ୍ତିରେ ଦୃଢମନେ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ପୁନଃସମନ୍ବୟକୁ ସମର୍ଥନ କରୁଛନ୍ତି। ବୁଧବାର ସିଦ୍ଧୁଙ୍କ ସହ ଫୋନ ବାର୍ତ୍ତାଳାପ ପରେ ସବୁକିଛି ଠିକ ହେବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନି ଆଶା ପ୍ରକଟ କରିଛନ୍ତି।

Share