Categories: ଜାତୀୟ

କେଜ୍ରିୱାଲଙ୍କ ଘର ସମ୍ମୁଖରେ ଧାରଣାରେ ବସିଲେ ସିଦ୍ଧୁ

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ରବିବାର ଧାରଣାରେ ବସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ସ୍ଥାୟୀ ଚାକିରି ଦାବି ନେଇ ଶିକ୍ଷକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘର ସମ୍ମୁଖରେ ଧରଣାରେ ବସି ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଧାରଣାରେ ବସିଥିଲେ। ଧାରଣା ସ୍ଥଳରେ ସିଦ୍ଧୁ ଉଦ୍‌ବୋଧନ ଦେଇ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ପ୍ରଶ୍ନ କରିଥିଲେ।

କେଜ୍ରିୱାଲ ପଞ୍ଜାବରେ ଭାଷଣବାଜି କରୁଛନ୍ତି। ପଞ୍ଜାବରେ ଯଦି ଏଏପି ସରକାର ଆସେ ଶିକ୍ଷକଙ୍କ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଉଛନ୍ତି। ଏପରିକି ସେଠିକାର ଶିକ୍ଷକଙ୍କ ଆନ୍ଦୋଳନରେ କେଜ୍ରିୱାଲ ନିଜକୁ ସାମିଲ କରି ଶିକ୍ଷକମାନଙ୍କ ସାନ ଭାଇ ବୋଲି ସମ୍ବୋଧନ କରୁଛନ୍ତି। ହେଲେ ଦିଲ୍ଲୀରେ ଶିକ୍ଷକମାନଙ୍କ ସମସ୍ୟାକୁ ସମାଧନ କରି ପାରୁ ନ ଥିବା କହି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସିଦ୍ଧୁ ।

Share