Categories: ଜାତୀୟ

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା: କଶ୍ମୀର, ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ

ଚଣ୍ଡିଗଡ଼,୨୭ ।୮: କଶ୍ମୀର ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ହାଇକମାଣ୍ଡରଙ୍କ ପକ୍ଷରୁ ମାଲିଙ୍କୁ ହଟାଇବାକୁ ସିଦ୍ଧୁଙ୍କୁ ପରୋକ୍ଷ ଭାବେ କୁହାଯାଇଥିଲା । ତେବେ ଇସ୍ତଫା ଦେବା ସମୟରେ ମାଲି ନିଜ ଉପରେ ଆକ୍ରମଣ ଆଶଙ୍କା କରିଛନ୍ତି । ସେ କହିଛନ୍ତି, ଯଦି ମୋ ଉପରେ ଆକ୍ରମଣ ହୁଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, କଂଗ୍ରେସ ଏମ୍‌ପି ମନିଷ ତିୱାରି, ଅକାଳି ଦଳ ନେତା ସୁଖବିନ୍ଦର ସିଂ ବାଦଲ, ବିକ୍ରମ ମଜିଠିୟା, ଏଏପି ନେତା ରାଘବ ଚଢା ଓ ଭାଜପା ନେତା ସୁଭାଷ ଶର୍ମା ଆଦି ଦାୟୀ ରହିବେ । ସୂଚନାଯୋଗ୍ୟ, ମାଲବିନ୍ଦର ସିଂ ସୋସିଆଲ ମିଡିଆରେ କଶ୍ମୀରକୁ ନେଇ ଭାରତ ବିରୋଧୀ ପୋଷ୍ଟ ଲେଖିବା ସହ ଇନ୍ଦିରା ଗାନ୍ଧୀଙ୍କର ଏକ ଆପତ୍ତିଜନକ ଫଟୋ ଶେୟାର କରିଥିଲେ । ଯାହାକୁ ନେଇ କଂଗ୍ରେସ ବି ଏହାକୁ ବିରୋଧ କରିଥିଲା ।

Share