Categories: ଜାତୀୟ

ସିଦ୍ଧୁ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ଼,୧୯ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେବା ପରେ ଏବେ ସେଠାକାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ଆଲୋଚନା । ଏହାର ଦାୟିତ୍ୱ ଦଳ ହାଇକମାଣ୍ଡକୁ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦୌଡରେ ଜଣେ ପରେ ଜଣେ ନେତାଙ୍କ ନାମ ସାମିଲ ହେଉଥିବା ଦେଖାଯାଇଛି । ଶୁଣିବାକୁ ମିଳିଛି କି ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କୁଆଡେ ଅଡି ବସିଛନ୍ତି । ଏହାକୁ ନେଇ କୁଆଡେ କଂଗ୍ରେସ ପର୍ଯ୍ୟବେକ୍ଷକ ହାଇମାଣ୍ଡଙ୍କ ସହ କଥା ହୋଇଛନ୍ତି । ହେଲେ ହାଇକମାଣ୍ଡଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳ ମୁଖ୍ୟମନ୍ତ୍ରୀ ଦୌଡରେ ଆହୁରି କେତେଜଣଙ୍କ ନାମ ସାମିଲ ହୋଇଯାଇଛି । ପ୍ରଥମ ଦାବିଦାର ଭାବେ ସୁନୀଲ ଜାଖଡ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନବଜୋତ ସିଂ ସିଦ୍ଧୁ, ଅମ୍ବିକା ସୋନି, ପ୍ରତାପ ସିଂ ବାଜୱା, ବିଜୟ ସିଂଗଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ନବଜୋତ ସିଂ ସିଦ୍ଧୁ ଏବେ ପଞ୍ଜାବର ଶାସନ ଭାର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସିଦ୍ଧୁ କୁଆଡେ ଅଡି ବସିଛନ୍ତି । ମୁଖ୍ୟମନ୍ତ୍ରୀ ସହ ରବିବାର ଉପମୁଖ୍ୟମନ୍ତ୍ରୀଙ୍କ ନାମ ବି ଘୋଷଣା କରାଯିବ ଯାହା ହାଇକମାଣ୍ଡ ସ୍ଥିର କରିବେ । କୁହାଯାଉଛି କି ମୁଖ୍ୟମନ୍ତ୍ରୀ ଯଦି ହିନ୍ଦୁ ହେବେ ତେବେ ଉପମୁଖ୍ୟମନ୍ତ୍ରୀ ଶିଖ ହେବେ । ଯଦି ମୁଖ୍ୟମନ୍ତ୍ରୀ ଶିଖ ହେବେ ତେବେ ଉପମୁଖ୍ୟମନ୍ତ୍ରୀ ହିନ୍ଦୁ ହେବେ ।

Share