ଚଣ୍ଡିଗଡ଼,୬।୬: ସଡ଼କ ହିଂସା ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଭର ଜଡ଼ିତ ସମସ୍ୟାରେ ତାଙ୍କୁ ଚଣ୍ଡିଗଡ଼ ପିଜିଆଇର ନେହେରୁ ହସ୍ପିଟାଲର ହେପ୍ଟାଲୋଜି ଓ୍ବାର୍ଡରେ ସୋମବାର ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସିଦ୍ଧୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।