Categories: ଜାତୀୟ

ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ: କହିଲେ, ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚିବୁ ନାହିଁ

ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋକୁ ସେ ଟୁଇଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ପଞ୍ଜାବ ଏବଂ କଂଗ୍ରେସ ନେତାଙ୍କ ପ୍ରତି ତାଙ୍କର ସଂକଳ୍ପକୁ ସେ ଦୋହରାଇଛନ୍ତି। ନିକଟରେ ଜେଲରୁ ମୁକ୍ତ ହୋଇଥିବା ସିଦ୍ଧୁ କହିଛନ୍ତି, ସେ ଏକ ଇଞ୍ଚ ପଛକୁ ଫେରିବେ ନାହିଁ। ସୂଚନା ମୁତାବକ, ଗୁରୁବାର ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋର ଗୁରୁ ତଥା ବନ୍ଧୁ ରାହୁଲଜୀ ଏବଂ ଦାର୍ଶନିକ-ଗାଇଡ ପ୍ରିୟଙ୍କାଜୀଙ୍କୁ ଭେଟିଥିଲି। ମୋତେ ଜେଲରେ ରଖିଦିଆଯାଉ କି ଭୟଭୀତ କରାଯାଉ, ମୋର ସମସ୍ତ ଆର୍ଥିକ ଆକାଉଣ୍ଟକୁ ମଧ୍ୟ ଅବରୋଧ କରାଯାଉ। କିନ୍ତୁ ପଞ୍ଜାବ ଏବଂ ମୋର ନେତାଙ୍କ ପ୍ରତି ମୋର ପ୍ରତିବଦ୍ଧତା ନା ମୁଣ୍ଡ ନୁଆଁଇବ ନା ଏକ ଇଞ୍ଚ ପଛକୁ ଘୁଞ୍ଚିବ ବୋଲି ସିଦ୍ଧୁ ଟୁଇଟ କରି କହିଛନ୍ତି।

Share