Categories: ଜାତୀୟ

ବଢିଲା ସିଦ୍ଧୁଙ୍କ ଅଡୁଆ

ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ସିଦ୍ଧୁ ଏବଂ ସ୍ତ୍ରୀ ଡା ନବଜୋତ କୌର ସିଦ୍ଧୁଙ୍କୁ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍‌ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅନେକ ବିଶୃଙ୍ଖଳା ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଲଗାତାର ଟିପ୍ପଣୀ ଦେଉଥିଲେ। ନିଜ ଦଳ ବରୋଧରେ ଏଭଳି ମନ୍ତବ୍ୟ ଦେଉଥିବାରୁ ସେ ରାଜ୍ୟରେ କୋଣଠେସା ଭାବେ ରହୁଛନ୍ତି। ଏବେ ହଠାତ୍‌ ତାଙ୍କ ବିରୋଧରେ ମନ୍ତ୍ରୀ ଥିବାବେଳେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏବେ ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଛି।

Share