Categories: ଜାତୀୟ

ହସ୍ପିଟାଲରେ ସିଦ୍ଧୁ

ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍‌ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ ଚେକଅପ ହେବ ବୋଲି ଖବର ମିଳିଛି।

ସୂଚନାନୁଯାୟୀ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ, ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି। ଗହମ ପ୍ରତି ତାଙ୍କର ଆଲର୍ଜି ଅଛି। ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ ପ୍ଲାନ କରିବାକୁ ଦାବି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ ପାଇଁ ନିଆଯାଇଛି। ବର୍ତ୍ତମାନ ସେ ଜେଲରେ କେବଳ ସାଲାଡ ଖାଇ ରହୁଛନ୍ତି। ତାଙ୍କର ଡାଏଟ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି ବୋଲି ଓକିଲ କହିଛନ୍ତି।

Share