Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରି କେନ୍ଦ୍ରକୁ ଟାର୍ଗେଟ କଲେ ସିଦ୍ଧୁ

ନୂଆଦିଲ୍ଲୀ,୪।୫: ଦିଲ୍ଲୀର ଯନ୍ତରମନ୍ତରରେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ରେସଲର ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ଯାହାକୁ ନେଇ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସିଦ୍ଧୁ ଟୁଇଟ କରି କହିଛନ୍ତି, ଦିଲ୍ଲୀ ପୋଲିସ ଧାରଣାରେ ବସିଥିବା ସତ୍ୟଗ୍ରାହୀମାନଙ୍କୁ ଧମକ ଦେଉଛନ୍ତି ଏବଂ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଯେଉଁମାନେ ଦେଶ ପାଇଁ ଗୌରବ ଆଣିଛନ୍ତି। ମହିଳା ଚାମ୍ପିୟନମାନେ ମଦ୍ୟପ ପୋଲିସ ଦ୍ୱାରା ପରିଚାଳିତ ହେଉଛନ୍ତି ଏବଂ ବିରୋଧ ସ୍ଥଳରେ ମହିଳା ପୋଲିସ ବିନା ଧମକ ଦେବା ଲଜ୍ଜାଜନକ। ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବା ତାଙ୍କର ସାମ୍ବିଧାନିକ ଅଧିକାର ବୋଲି ନବଜୋତ ସିଂ ସିଦ୍ଧୁ ତାଙ୍କ ଟୁଇଟରରେ ଲେଖିଛନ୍ତି। ହିଂସା କିମ୍ବା କୌଣସିି ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସ ହସ୍ତକ୍ଷେପ କରିପାରିବ କିନ୍ତୁ ସେପରି କିଛି ନ ଥିବା ସେ କହିଛନ୍ତି।

Share