Categories: ଜାତୀୟ

ପ୍ରଧାନମନ୍ତ୍ରୀ ପଞ୍ଜାବର ଅପମାନ କରିଛନ୍ତି: ସିଦ୍ଧୁ

ଚଣ୍ଡିଗଡ଼,୭ ।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଲଗାତାର ଭାବେ ରାଜନୈତିକ ସରଗରମ ଲାଗି ରହିଛି । ଇତିମଧ୍ୟରେ ଶୁକ୍ରବାର ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏକ ଖବରଦାତା ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି (ଭାଜପା) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶର ଅପମାନ କରିଛନ୍ତି । ସିଦ୍ଧୁ କହିଛନ୍ତି ପ୍ରତି କଂଗ୍ରେସ କର୍ମୀ ଓ ପଞ୍ଜାବର ନାଗରିକ ଦେଶର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆପଣ ଭାରତୀୟ ଜନତା ପାର୍ଟିର ନୁହେଁ । ଆପଣ ସମସ୍ତଙ୍କ ପ୍ରଧାନମନ୍ତ୍ରୀ । ଆପଣଙ୍କ ଜୀବନର ମୂଲ୍ୟ ଛୋଟ ପିଲାମାନେ ବି ଜାଣନ୍ତି । ଆପଣ ଏହି ରାଜ୍ୟର ପଞ୍ଜାବୀଙ୍କର କହି ଅପମାନ କରୁଛନ୍ତି କି ଏଠାରେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି । ଯେତିକି ତ୍ରିରଙ୍ଗା ଆପଣ ଓ ଆପଣଙ୍କ ଦଳ ଉଡାଇ ନ ଥିବ, ସେତିକି ତ୍ରିରଙ୍ଗା ଆମ ରାଜ୍ୟର ସୁପୁତ୍ରଙ୍କ ଉପରେ ଘୋଡାଇ ଦିଆଯାଇଛି ।
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି, ପଞ୍ଜାବରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏହା କେବଳ ଡ୍ରାମା । ଇଜ୍ଜତ ବଞ୍ଚାଇବାକୁ ସେ ଏମିତି କହିଛନ୍ତି । କାରଣ ଇତିହାସରେ ବୋଧହୁଏ ପ୍ରଥମଥର ଏମିତି ହୋଇଛି ୭୦ ହଜାର ସିଟ ଥାଇ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ମାତ୍ର ୫୦୦ ଲୋକ ପହଞ୍ଚିଛନ୍ତି । ଏବେ ମୋର ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କେବଳ କ’ଣ ପଞ୍ଜାବ ପୋଲିସ ନିକଟରେ ସୀମିତ । ଏଥିରେ ଆଇବି, ର କିମ୍ବା ଅନ୍ୟ ଏଜେନ୍ସି ସାମିଲ ନାହାନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ କେତେଜଣ ଲୋକ ବିରୋଧ ପ୍ରଦର୍ଶନ କରିବାକୁ ମୋଦିଙ୍କ ଗାଡି ବାଟରେ ପ୍ରାୟ ୨୦ ମିନିଟ କାଳ ଅଟକି ରହିଥିଲା । ଏହା ଯେଉଁଠି ଅଟକିଥିଲା ତାହା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ ।

Share