Categories: ଜାତୀୟ

ଦଶ ମାସ ପରେ ଜେଲରୁ ବାହାରିଲେ ସିଦ୍ଧୁ

ଚଣ୍ଡିଗଡ଼,୧।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳି ସାରିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି ସମୟରେ ଜେଲ ବାହାରେ ସିଦ୍ଧୁଙ୍କ ପ୍ରଶଂସକଙ୍କର ଭିଡ ଲାଗିଥିଲା। ଢୋଲ ବଜାଇ ତାଙ୍କର ସ୍ବାଗତ କରାଯାଇଥିଲା।
ଜେଲ ବାହାରକୁ ଆସି ସିଦ୍ଧୁ କହିଥିଲେ ଏବେ ଲୋକତନ୍ତ୍ର ବୋଲି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଦୁର୍ବଳ ହୋଇଯିବ।

Share