Categories: ଜାତୀୟ

ପଞ୍ଜାବ କଂଗ୍ରେସରେ ପୁଣି ଫାଟ: ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ,୨୮।୯: ପଞ୍ଜାବରେ କଂଗ୍ରେସ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ର ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ସିଦ୍ଧୁ କହିଛନ୍ତି, ପଞ୍ଜାବ ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ। ତେଣୁ ସଭାପତି ପଦରୁ ଇସ୍ତଫା ଦେଲି। ଏବେ ଦଳରେ ରହି କାମ କରିବି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ପ୍ରାୟ ଦୁଇମାସ ପୂର୍ବେ ଜୁଲାଇ ୨୩ରେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ରୁ କଂଗ୍ରେସକୁ ଆସିଥିଲେ।

 

Share