Categories: ଜାତୀୟ

ମୋ ପାଇଁ ଖାଲ ଖୋଳୁଥିବା ଲୋକେ ୧୦ ଫୁଟ ତଳେ ସମାଧି ନେଇଗଲେ: ସିଦ୍ଧୁ

ଚଣ୍ଡିଗଡ଼,୧୧ ।୩: ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ବହୁ ଦିନ ଧରି ଦଳ କନ୍ଦଳ ଲାଗି ରହିଥିବା ବେଳେ ଏବେ ସେଠାରେ ବାଜି ମାରିଛି ଆମ ଆଦମୀ ପାର୍ଟି(ଏଏପି) । ପଞ୍ଜାବରେ ଏବେ ଏଏପି ସରକାର ଗଠନ କରିବାକୁ ଯାଉଛି । ଏହାକୁ ନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯିଏ ମୋ ପାଇଁ ଖାଲ ଖୋଳୁଥିଲେ ସେହିମାନେ ହିଁ ୧୦ ଫୁଟ ତଳେ ସମାଧି ନେଇ ଯାଇଛନ୍ତି । ସୂଚନାଯୋଗ୍ୟ, ଦଳରୁ ଅସନ୍ତୁଷ୍ଟ ହୋଇ କିଛିଦିନ ଅଲଗା ରହିବା ପରେ ଶେଷରେ ତାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ହେଲେ ଏଥର ନର୍ବାଚନରେ ସିଦ୍ଧୁ ବି ପରାଜିତ ହୋଇଛନ୍ତି । ଏବେ ସେ କହିଛନ୍ତି ଏଏପିକୁ ଶୁଭେଚ୍ଛା, ଏବେ ଆଉ ଚିନ୍ତା କରିବାର ସମୟ ନାହିଁ ବରଂ ଚିନ୍ତନ କରିବାର ସମୟ ଆସିଛି । କାରଣ ଯାହା ଯାଇଛି ତାକୁ ଯିବାକୁ ଦିଅ ।

Share