ଚଣ୍ଡିଗଡ,୬।୯: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଦିଲ୍ଲୀ ଭଳି ପଞ୍ଜାବର ନେତାମାନେ ମଧ୍ୟ ବିଦ୍ରୋହୀ ମନୋଭାବରେ ଅଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବ କଂଗ୍ରେସ ନେତାମାନେ ଆମ ଆଦମୀ ପାର୍ଟି ସହ ମେଣ୍ଟ ବିରୋଧରେ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି। ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ଏକ ବଡ଼ ବିବୃତ୍ତି ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ‘ଇଣ୍ଡିଆ’ମେଣ୍ଟକୁ ସମର୍ଥନ କରି କହିଛନ୍ତି, ଦଳର ନେତୃତ୍ୱର ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ନବଜୋତ ସିଂ ସିଦ୍ଧୁ ନିଜର ଶେଷ ଟୁଇଟ୍ରେ ପଞ୍ଜାବରେ ଏଏପି ସହ ଦଳର ମେଣ୍ଟକୁ ସମର୍ଥନ କରିଛନ୍ତି। ସମ୍ବିଧାନର ସୁରକ୍ଷା ତଥା ବଡ ଅନୁଷ୍ଠାନର ସ୍ବାଧୀନତା ରକ୍ଷା ପାଇଁ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ ଲେଖିଛନ୍ତି ଯେ, ଆଗାମୀ ପିଢି ପାଇଁ ନିର୍ବାଚନୀ ଲଢେଇ ହେବ।