Categories: ଜାତୀୟ

ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ!

ଚଣ୍ଡିଗଡ଼,୧୫ ।୭: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଏଠାରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିବା ବେଳେ ଅସନ୍ତୁଷ୍ଟ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କୁଆଡେ ପଞ୍ଜାବ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିବ ବୋଲି ଗୁରୁବାର କଂଗ୍ରେସ ନେତା ହରିଶ ରାୱତ ସୂଚନା ଦେଇଛନ୍ତି । ଯଦିଓ ଅଫିସିୟାଲି ଏହା ଘୋଷଣା କରାଯାଇ ନାହିଁ ତଥାପି ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଏହାସହ ଦୁଇ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯିବ । ଏମାନଙ୍କ ମଧ୍ୟରୁ ଜଳେ ଦଳିତ ସମୁଦାୟରୁ ରହିବେ ବୋଲି କୁହାଯାଉଛି । ଏବେ ପଞ୍ଜାବରେ ପ୍ରଦେଶ ଅଧ୍ୟକ୍ଷ ରହିଛନ୍ତି ସୁନୀଲ ଜାଖଡ । ହେଲେ ଆଲୋଚନା ହେଉଛି କି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମନୋମାଳିନ୍ୟ ମଝିରେ ସୁନୀଲ ତାଙ୍କ ଆସନ ହରାଇବେ । ସୂଚନାଯୋଗ୍ୟ, ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ୟାବିନେଟରେ କେତେଜଣ ନୂଆ ମୁହଁ ଦେଖିବାକୁ ମିଳିପାରେ । ଦଳର ଦୁଇଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବା କେବଳ ନିର୍ବାଚନକୁ ଆଖିଆଗରେ ରଖି ଭୋଟ ହାତେଇବା ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

Share