Categories: ଜାତୀୟ

ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା

ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ ଜଣ ବିଧାୟକ ଅମୃତସରର ସିଦ୍ଧୁଙ୍କ ବାସଭବନରେ ପହଞ୍ଚତ୍ଥିଲେ। ଏହି ସମୟରେ ସିଦ୍ଧୁଙ୍କ ବାସଭବନ ପରିସରରେ କ୍ୟାମ୍ପସ ଏବଂ ଘର ବାହାରେ ସିଦ୍ଧୁ ସମର୍ଥକଙ୍କ ଭିଡ ଜମିଥିଲା। ପାର୍ଟି ହାଇ କମାଣ୍ଡର ନିଷ୍ପତ୍ତିରେ ସେମାନଙ୍କ ସମ୍ମତି ଦର୍ଶାଇବାକୁ ସମର୍ଥକମାନେ କରୋନା ପ୍ରୋଟୋକଲକୁ ମଧ୍ୟ ମାନି ନଥିଲେ।
ଏହା ପରେ ସିଦ୍ଧୁ ମଥା ଟେକିବା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ହଜାର ହଜାର ଲୋକ ସିଦ୍ଧୁଙ୍କ ସମର୍ଥନରେ ଏକାଠି ହୋଇଥିଲେ। ଏହି ସମୟରେ ସମର୍ଥକମାନେ ମନ୍ଦିରରେ କୋଭିଡ ନିୟମ ମଧ୍ୟ ପାଳନ କରି ନ ଥିଲେ। ବିନା ମାସ୍କରେ ଶହ ଶହ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା। ଏହା ପରେ ସିଦ୍ଧୁ ଶ୍ରୀ ଦୁର୍ଗୟାଣା ମନ୍ଦିର ଏବଂ ଶ୍ରୀ ବାଲ୍ମିକି ତୀର୍ଥ ପରିଦର୍ଶନ କରିବେ।

Share