Categories: ଜାତୀୟ

ଘରକୁ ଫେରିଲେ ସିଦ୍ଧୁ!

ନୂଆଦିଲ୍ଲୀ,୧୫ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଭିତରେ ନବଜୋତ ସିଂ ସିଦ୍ଧୁଙ୍କ ରାଗରେ କିଛିଟା ଥଣ୍ଡା ପବନ ଲାଗୁଥିବା ଅନୁମାନ କରାଯାଉଛି । କଂଗ୍ରେସ ନେତୃତ୍ୱ ବି କିଛିଟା ନରମ ହୋଇଥିବା ଲକ୍ଷ୍ୟ କରାଯାଉଛି । ଏହାସହ କଂଗ୍ରେସ ବୋଧହୁଏ ଉପଲବ୍ଧି କରିଛି ଯେ ତାକୁ ପାର୍ଟି ଲାଇନରେ ଚାଲିବାକୁ ପଡିବ । କଂଗ୍ରେସ ମୁଖ୍ୟାଳୟରେ ଗୁରୁବାର ହୋଇଥିବା ବୈଠକ ପରେ ସନ୍ଧ୍ୟାରେ ସଙ୍ଗଠନର ମହାସଚିବ କେସି ବେନୁଗୋପାଳ ଓ ପ୍ରଦେଶ ପ୍ରଭାରୀ ହରିଶ ରାୱତଙ୍କ ସହ ସିଦ୍ଧୁ ବି ଉପସ୍ଥିତ ଥିଲେ । ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି କି ନା ସିଦ୍ଧୁ କଂଗ୍ରେସ ଛାଡି ଯାଉଛନ୍ତି ନା ଦଳ ତାଙ୍କୁ ପାଭିଲିୟନରେ ବସାଇବାକୁ ଚାହୁଁଛି । ପରିଣାମ ସିଦ୍ଧୁ କଂଗ୍ରେସରେ ରହିବେ ଓ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବେ । କିନ୍ତୁ ଏପର୍ଯ୍ୟନ୍ତ ନା ସେ ତାଙ୍କ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି ନା କଂଗ୍ରେସ ତାଙ୍କୁ ଅଧ୍ୟକ୍ଷ କରିବାକୁ ଅସ୍ୱୀକାର କରିଛି । ଏହାର ନିଷ୍ପତ୍ତି ଶୁକ୍ରବାର ନିଆଯିବ । ହେଲେ ଯାହା ଅନୁମାନ କରାଯାଉଛି ସିଦ୍ଧୁ ପୁଣିଥରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବେ ।

Share