ଚଣ୍ଡିଗଡ଼,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟମାନେ ପୀଡିତଙ୍କ ପରିବାରକୁ ଭେଟିଥିଲେ । ଏମାନେ ସରକାରଙ୍କ ପକ୍ଷରୁ ନ୍ୟାୟ ଦାବି କରିଥିଲେ । ତେବେ ପଞ୍ଜାବ କଂଗ୍ରେସର ମୁଖ୍ୟ କୁହାଯାଉଥିବା ନବଜୋତ ସିଂ ସିଦ୍ଧୁ ଗୁରୁବାର ସୂଚନା ଦେଇଛନ୍ତି କି ଯଦି ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କରା ନ ଯାଏ ଓ ସେ ଯାଞ୍ଚରେ ସହଯୋଗ ନ କରନ୍ତି ତେବେ ସିଦ୍ଧୁ ଶୁକ୍ରବାରଠାରୁ ଆମରଣ ଅନଶନରେ ବସିବେ । ଅନ୍ୟପଟେ କଂଗ୍ରେସ ପରେ ଏବେ ଶିରୋମଣି ଅକାଳି ଦଳର ନେତାମାନେ ଶୁକବ୍ରାର ମୃତକଙ୍କ ପରିବାରକୁ ଭେଟିବେ । ଏହାସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ମଧ୍ୟ କରିବେ ।