ଚଣ୍ଡିଗଡ଼,୩।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ କମାଇ ଦେଇଛନ୍ତି। ପୂର୍ବରୁ ସିଦ୍ଧୁଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ ଓ୍ବାଇ ପ୍ଲସ୍ କରାଯାଇଛି। ସୂଚନା ମୁତାବକ, ଗତ ବର୍ଷ ଯେତେବେଳେ ସିଦ୍ଧୁ ଜେଲ ଯାଇଥିଲେ, ସେତେବେଳେ ତାଙ୍କ ପାଖରେ ଜେଡ୍+ ସୁରକ୍ଷା ରହିଥିଲା। କିନ୍ତୁ ସାଢ଼େ ୧୦ମାସ ପରେ ଜେଲରୁ ବାହାରକୁ ଆସିବା ପରେ ତାଙ୍କ ସୁରକ୍ଷାକୁ କମାଇ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସିଦ୍ଧୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋର ସୁରକ୍ଷା ହ୍ରାସ କରାଯାଇଛି। ପ୍ରଥମେ ଜଣେ ସିଦ୍ଧୁ (ସିଦ୍ଧୁ ମୁସେ ୱାଲା)ଙ୍କୁ ହତ୍ୟା କରାଗଲା, ଏବେ ଅନ୍ୟ ଜଣକୁ ମଧ୍ୟ ହତ୍ୟା କରିଦିଅ ବୋଲି ନବଜୋତ ସିଂ ସିଦ୍ଧୁ କହିଛନ୍ତି।