Categories: ବାଣିଜ୍ୟ

ନଭକାରର ଅଂଶଧନ ହାସଲକଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ କମ୍ପାନୀ ଜେଏସ୍‌ଡବ୍ଲ୍ୟୁ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜେଆଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଲଜିଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ନଭକାର କର୍ପୋରେଶନ ଲିମିଟେଡ୍‌ରେ ଥିବା ପ୍ରମୋଟର ଓ ପ୍ରମୋଟର ଗ୍ରୁପ୍‌ର ସିଂହ ଭାଗ(୭୦.୩୭%) ଅଂଶଧନକୁ କମ୍ପାନୀ ହାସଲ କରିଛି। ଏପରିକି ଉଭୟ ସଂସ୍ଥା ମଧ୍ୟରେ ଆବଶ୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ସେହିଭଳି ଚିହ୍ନଟ କରାଯାଇଥିବା ସର୍ତ୍ତ ପୂରଣ କରିବା ଏବଂ ବୈଧାନିକ ଅନୁମୋଦନ ହାସଲ ପରେ ଏହି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ନଭକାର ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ଥିଲାବେଳେ ଉକ୍ତ କମ୍ପାନୀର ଗୋଟିଏ କଣ୍ଟେନର ଫ୍ରେଟ୍‌ ଷ୍ଟେଶନ ଓ ଗତି ଶକ୍ତି କାର୍ଗୋ ଟର୍ମିନାଲ ଓ ଦୁଇଟି ସିଏଫ୍‌ଏସ୍‌ ରହିଛି। ଏହା ସହ ଗୁଜରାଟରେ ଏକ ଇନ୍‌ଲ୍ୟାଣ୍ଡ କଣ୍ଟେନର ଡିପୋ ମଧ୍ୟ ରହିଛି। ଯାହା ମଲ୍‌ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ଏକ ଅଂଶ ଭାବେ ବିବେଚିତ ହେଉଛି। ଏପରିକି ନଭକାର କାଟେଗୋରି-୧ ଏବଂ କାଟେଗୋରି-୨ର କଣ୍ଟେନର ଟ୍ରେନ୍‌ ଅପରେଟର ଲାଇସେନ୍ସ ରହିଛି। ନଭକାର ମହାରାଷ୍ଟ୍ର ଏବଂ ଗୁଜରାଟ ରାଜ୍ୟର ଶିଳ୍ପାଞ୍ଚଳରେ ସୁବିଧାସୁଯୋଗ ସହ ପଶ୍ଚିମ ଭାରତରେ ଉପସ୍ଥିତି ଜାହିର କରିଛି ଏବଂ ଏହାର ରେଳଦକ୍ଷତାକୁ ବ୍ୟବହାରକରି କମ୍ପାନୀ ସର୍ବଭାରତୀୟସ୍ତରରେ ତା’ର ସେବା ନେଟ୍‌ୱର୍କର ବିସ୍ତାର କରୁଛି। ବିଶେଷକରି ବନ୍ଦର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ହାସଲ କରିବା ପାଇଁ କମ୍ପାନୀର ରଣନୀତି ସହିତ ଏହି ଅଧିଗ୍ରହଣ ସମନ୍ବିତ କାର୍ଯ୍ୟକ୍ରମ ସହିତ ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସେବାରେ କମ୍ପାନୀ ପ୍ରବେଶ କରିବ। ଏହା ଫଳରେ ବ୍ୟବସାୟ ବଢ଼ାଇବା ଓ ଗ୍ରାହକମାନଙ୍କୁ ଉନ୍ନତ ବନ୍ଦର ସଂଯୋଗ ଏବଂ ସୁବ୍ୟବସ୍ଥିତ ଯୋଗାଣ ଶୃଙ୍ଖଳା ସମାଧାନ ପ୍ରଦାନ କରିବାରେ ସୁବିଧା ପ୍ରଦାନ କରିବ। ଦୂରଦୂରାନ୍ତ ସଂଯୋଗ ପ୍ରଦାନ ପାଇଁ ଏକ ବ୍ୟାପକ ତଥା ପ୍ରଭାବୀ ସର୍ବଭାରତୀୟ ଲଜିଷ୍ଟିକ୍‌ ନେଟ୍‌ୱର୍କ ଗଠନ କରିବା ଲାଗି କମ୍ପାନୀ ଦୀର୍ଘକାଳୀନ ଲକ୍ଷ୍ୟ ପଥରେ ଏହି ଅଧିଗ୍ରହଣ ହାସଲ କରିଛି।

Share