Categories: ଜାତୀୟ

ହସ୍ପିଟାଲରେ ସ୍ବାମୀଙ୍କୁ ଦେଖି ଭାବୁକ ହେଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ବାଏକୋଲା ମହିଳା ଜେଲ୍‌ରୁ ନବନୀତ ରାଣା ମୁକୁଳିଥିଲେ। ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ସେ ଚିକିତ୍ସା ପାଇଁ ଲୀଲାବତି ହସ୍ପିଟାଲରେ ପହଞ୍ଚିଥିଲେ। ପିଠିରେ ଯନ୍ତ୍ରଣା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଅପରାହ୍ନ ୪ଟାରେ ବିଧାୟକ ସ୍ବାମୀ ରବି ରାଣା ତଲୋଜା ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ସ୍ବାମୀ ରବି ରାଣାଙ୍କୁ ଦେଖିବା ପରେ ନବନୀତ ଭାବୁକ ହୋଇ କାନ୍ଦି ପକାଇଥିଲେ। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share