Categories: ଜାତୀୟ

ହନୁମାନ ଚାଳିଶା ବିବାଦ: କୋର୍ଟ ହାଜର ହେବା ପୂର୍ବରୁ ନବନୀତଙ୍କୁ ଆଉ ଏକ ଝଟ୍‌କା

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍‌ପି ନବନୀତ ରାଣାଙ୍କୁ ରବିବାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ। ହେଲେ କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ନବନୀତ ରାଣାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଇପିସି ଧାରା ୩୫୩ ଆଧାରରେ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହାପୂର୍ବରୁ ଶନିବାର ଦିନ ତମାମ ହନୁମାନ ଚାଳିଶା ପଢ଼ିବାକୁ ନେଇ ଉତ୍ତେଜନା ପାଇବା ପରେ ପୋଲିସ ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଗିରଫ କରିଥିଲା।

Share