Categories: ଜାତୀୟ

‘ଯଦି ହନୁମାନ ଚାଳିଶା ପଢିବା ଅପରାଧ; ୧୪ ଦିନ ନୁହେଁ, ୧୪ ବର୍ଷ ପାଇଁ ଜେଲ୍‌ ଯିବାକୁ ପ୍ରସ୍ତୁତ’

ମୁମ୍ବାଇ,୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍‌ ଯାଇ ଜାମିନରେ ଆସିଥିବା ଅମବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ରବିବାର ପୁଣି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି, ମୋ ଅପରାଧ କ’ଣ? ମୋତେ କାହିଁକି ଦଣ୍ଡ ଦିଆଯାଉଛି? ଯଦି ହନୁମାନ ଚାଳିଶା ପଢିବା କିମ୍ବା ଇଶ୍ୱରଙ୍କ ନାମ ନେବା ଅପରାଧ, ତେବେ ସେ ୧୪ ଦିନ ନୁହେଁ, ୧୪ ବର୍ଷ ପାଇଁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ।
ନବନୀତ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ସଂଗ୍ରାମ ଜାରି ରହିବ। ମୋତେ ଯେପରି ନିର୍ଯାତନା ଦିଆଯାଉଛି, ମହାରାଷ୍ଟ୍ରର ଲୋକମାନେ ଏହାର ଉତ୍ତର ଦେବେ। ମହାରାଷ୍ଟ୍ରର ଲୋକମାନେ କହିବେ, ରାମ ଏବଂ ହନୁମାନଙ୍କୁ ବିରୋଧ କରୁଥିବା ଲୋକଙ୍କର ଫଳାଫଳ କ’ଣ? ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

Share