Categories: ଜାତୀୟ

ସ୍ବାମୀଙ୍କ ସହ କନୌଟ ପ୍ୟାଲେସରେ ହନୁମାନ ଚାଳିଶା ପଢ଼ିଲେ ନବନୀତ

ନୂଆଦିଲ୍ଲୀ,୧୪।୫: ଗତ କିଛି ଦିନରୁ ଦେଶରେ ଲାଗିରହିଥିବା ହନୁମାନ ଚାଳିଶା ବିବାଦ ଥମିବାର ନା ନେଉନି। ଇତିମଧ୍ୟରେ ମହାରାଷ୍ଟ୍ର ଅମରାବତୀର ଭାଜପା ଏମ୍‌ପି ନବନୀତ ରାଣା ଶନିବାର ସକାଳେ ଦିଲ୍ଲୀରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଦିଲ୍ଲୀର କନୌଟ ପ୍ୟାଲେସ ସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କ ସହ ହନୁମାନ ଚାଳିଶା ପାଠ କରିଛନ୍ତି। ଏହାପରେ ସେ ଆରତୀ କରିଛନ୍ତି। ହନୁମାନ ଚାଳିଶାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ନବନୀତ କହିଛନ୍ତି, ରାଣା ଦମ୍ପତି କାହାରି ରିମୋଟ୍‌ କଣ୍ଟ୍ରୋଲରେ ପରିଚାଳିତ ହୁଅନ୍ତି ନାହିଁ। ଭାଜପାର ବି ନୁହେଁ ବୋଲି ନବନୀତ ରାଣା କହିଛନ୍ତି। ଗତ ଏପ୍ରିଲରେ ମଧ୍ୟ ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁକ୍ତି ଦେବା ଆଳରେ ତାଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବା ପାଇଁ ଧମକ ଦେଇଥିଲେ। ଏହାକୁ ନେଇ ମୁମ୍ବାଇ ପୋଲିସ ଦୁହିଁଙ୍କୁ ଗିରଫ କରିଥିଲା। ପରେ କୋର୍ଟ ନବନୀତ ଓ ରବିଙ୍କୁ ଜାମିନ ପ୍ରଦାନ କରିଥିଲେ।

Share