ନବରାତ୍ରି, ବାସ୍ତୁ

ନବରାତ୍ରିର ପବିତ୍ର ଉତ୍ସବରେ ମା’ଙ୍କର ନଅ ରୂପର ହୁଏ ପୂଜା। ଏହି ପୂଜା ସମୟରେ ଯଦି କିଛିଟା ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦିଆଯାଏ,ତେବେ ମନୋବାଞ୍ଛିତ ଫଳ ନିଶ୍ଚୟ ପ୍ରାପ୍ତି ହେବ। ତା’ସହ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ବୋଲି ବିଶ୍ୱାସ ରହିଛି। ପ୍ରଥମତଃ ମା’ଙ୍କୁ ଘରକୁ ସ୍ବାଗତ କରିବା ପୂର୍ବରୁ ଘରକୁ ବିଶେଷଭାବେ ସଫା କରନ୍ତୁ। ଘରର ଅଦରକାରୀ ତଥା ଅଳିଆ ଜିନିଷକୁ ବାହାର କରନ୍ତୁ। ପୁରୁଣା ଛିଣ୍ଡା ଜୋତା ଚପଲ ଥିଲେ ତାକୁ ବାହାର କରନ୍ତୁ। ଧୂପଦୀପରେ ଘରର ବାତାବରଣକୁ ସୁନ୍ଦର କରନ୍ତୁ। ପୂଜାସ୍ଥାନ ସଫା ରହିବା ଜରୁରୀ। ଘରେ ପୂଜା ପୂର୍ବ ଦିଗକୁ ମୁହଁ କରି କରିବା ଉଚିତ। ମା’ଙ୍କ ମୂର୍ତ୍ତି ଉତ୍ତର ପୂର୍ବ ଦିଗରେ ରଖନ୍ତୁ, ଯେମିତିକି ତାଙ୍କ ମୁହଁ ଦକ୍ଷିଣମୁଖୀ ହେବ। ଅଖଣ୍ଡ ଦୀପକୁ ଦକ୍ଷିଣ ପୂର୍ବ ଦିଗରେ ଜଳାନ୍ତୁ। ପୂଜା ପୂର୍ବରୁ ହଳଦୀ କୁମକୁମରେ ସ୍ବତିକ ଚିହ୍ନ କରନ୍ତୁ। ଯଦ୍ୱାରା ଘରେ ସକାରାତ୍ମକ ଉର୍ଜା ପ୍ରବାହିତ ହୁଏ। ପୂଜାସ୍ଥଳର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସେଠାରେ ଧଳା, ଈଷତ୍‌ ହଳଦିଆ, ସବୁଜ ପରି ରଙ୍ଗର ପେଣ୍ଟ ହୋଇଥିଲେ ଭଲ। ମା’ଙ୍କ ପୂଜା ପାଇଁ ତାଜା ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ।