Categories: ଜାତୀୟ

ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଲା ନୌସେନା

ନୂଆଦିଲ୍ଲୀ,୯ ।୭: ନୌସେନା ଏହାର ବେସ୍‌, ନୌସେନା ୟୁନିଟ ଓ ଏହାର ଆଖପାଖର ୩ କିଲୋମିଟର ମଧ୍ୟରେ ଡ୍ରୋନ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ସତର୍କତାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି, ନୌସେନା ୩ କିଲୋମିଟର ମଧ୍ୟରେ ଡ୍ରୋନ ଭଳି ଅଣପାରମ୍ପରିକ ବିମାନ ଉଡାଣକୁ ବାରଣ କରିଛି । ସୂଚନାଯୋଗ୍ୟ, ନିକଟରେ ଜମ୍ମୁ-କଶ୍ମୀରରେ ଥିବା ବାୟୁସେନା ବେସ୍‌କୁ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା । ଯଦିଓ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ହେଲେ ଡ୍ରୋନ୍ ମାଧ୍ୟମରେ ଦେଶରେ ଆତଙ୍କବାଦୀ ଆକ୍ରମଣର ଏହା ପ୍ରଥମ ଘଟଣା ଥିଲା । ସେବେଠାରୁ ଦେଶରେ ଥିବା ପ୍ରତିରକ୍ଷା ପ୍ରତିଷ୍ଠାନ ଗୁଡିକୁ ସଚେତନ କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ନୌସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Share