Categories: ଜାତୀୟ

ନୌସେନା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୨: ଦେଶ ଶୁକ୍ରବାର ପାଳନ କରୁଛି ନୌସେନା ଦିବସ । ଦେଶର ବୀର ଯବାନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ନୌସେନା ଯବାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସାହାସ ଓ ଧୈର୍ଯ୍ୟକୁ ସଲମା କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି ନୌସେନାଙ୍କ ଧୈର୍ଯ୍ୟ ସେମାନଙ୍କ ପରିଜନଙ୍କ ତ୍ୟାଗକୁ ସଲାମ । ଏମାନେ ହେଉଛନ୍ତି ଜଳର ଦେବତା । ଆପଣମାନଙ୍କୁ ନେଇ ଦେଶ ଗର୍ବ କରେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରେ ସମସ୍ତ ନୌସେନା ଓ ସେମାନଙ୍କ ପରିବାରବର୍ଗଙ୍କ୍‌ୁ ଶୁଭେଚ୍ଛା ଜଣାଇଛନ୍ତି ।

Share