ନୂଆଦିଲ୍ଲୀ,୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୌସେନା ଦିବସ ଅବସରରେ ନୌସେନାକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦେଶକୁ ନିରନ୍ତର ରକ୍ଷା କରିଆସୁଛି । ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି। ନୌସେନା କଠିନ ସ୍ଥିତିରେ ମଧ୍ୟ ନିଜର ମାନବୀୟ ଭାବନା ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛି। ୧୯୭୧ ମସିହାରେ ଭାରତ-ପାକ ଯୁଦ୍ଧ ସମୟରେ ଅପରେଶନ ଟ୍ରାଇଡେଣ୍ଟରେ ନୌସେନାର ସଫଳତା ନେଇ ପ୍ରତିବର୍ଷ ଡିସେମ୍ବର ୪ ରେ ନୌସେନା ଦିବସ ପାଳନ କରାଯାଉଛି।
ନୌସେନା ଦିବସରେ ସମସ୍ତ ନୌସୈନିକ ତଥା ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଆମେ ଭାରତରେ ତୁମର ସମୃଦ୍ଧ ସାମୁଦ୍ରିକ ଇତିହାସ ପାଇଁ ଗର୍ବିତ। ସେ ଟୁଇଟ କରି ଲେଖିଛନ୍ତି ଯେ ଭାରତୀୟ ନୌସେନା ଆମ ଦେଶକୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଳ କରିଛି।
ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର, ସିଡିଏସ ଜେନେରାଲ ଅନିଲ ଚୌହାନ, ଆଇଏଏଫ ମୁଖ୍ୟ ବାୟୁସେନା ମାର୍ଶଲ ଭି.ଆର ଚୌଧୁରୀ ଏବଂ ଉପ ସେନା ମୁଖ୍ୟ ଲ୍ୟୁଟନାଟ ଜେନେରାଲ ବିଏସ ରାଜୁ ନୌସେନା ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।