ସମୁଦ୍ରରେ ପଡ଼ିଲା ନୌସେନା ବିମାନ: ପହଁରି ପହଁରି ଜୀବନ ରକ୍ଷା କଲେ ୯ କମାଣ୍ଡୋ

ଓ୍ବାଶିଂଟନ୍‌,୨୧।୧୧: ଆମେରିକାର ଏକ ବୃହତ ନୌସେନା ବିମାନ ସମୁଦ୍ରରେ ଖସିପଡିଛି। ସୂତ୍ରରୁ ବିମାନରେ ନଅ ଜଣ କମାଣ୍ଡୋ ଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ତେବେ ବିମାନଟି ସମୁଦ୍ରରେ ବୁଡ଼ିଯାଇଛି।
ଆମେରିକାର ମେରାଇନ କର୍ପସ ମୁଖପାତ୍ର ଗୁନେରୀ ସରୋଜ ଅର୍ଲାଣ୍ଡୋ ପେରେଜ କହିଛନ୍ତି, ଏହା ସାମରିକ ତଦାରଖ ପାଇଁ ବ୍ୟବହୃତ ଏକ ଅନୁସନ୍ଧାନ ବିମାନ। ବିମାନର ନାମ ହେଉଛି ବୋଇଙ୍ଗ ପି୮ ପୋଜିଡନ।
ବୁଡ଼ାଜାହାଜ ଉପରେ ନଜର ରଖିବା ଏବଂ ଆକ୍ରମଣ କରିବା ପାଇଁ ପି୮ ପୋଜିଡନ ପ୍ରାୟତଃ ବ୍ୟବହୃତ ହୁଏ। ଏହା ବ୍ୟତୀତ ଏହା ଅନୁସନ୍ଧାନ ଏବଂ ଗୁପ୍ତଚର ତଥ୍ୟ ସଂଗ୍ରହରେ ମଧ୍ୟ ବ୍ୟବହୃତ ହୁଏ।

Share