Categories: ଜାତୀୟ

ନୌସେନାକୁ ମିଳିଲା ପ୍ରଥମ ପି୧୫ବି ଯୁଦ୍ଧଜାହାଜ

ନୂଆଦିଲ୍ଲୀ, ୧।୧୧: ଭାରତୀୟ ନୌସେନାକୁ ଅକ୍ଟୋବର ୨୮ରେ ପ୍ରଥମ ପି୧୫ବି ଗାଇଡେଡ୍‌-ମିଶାଇଲ ଡେଷ୍ଟ୍ରୟର ମିଳିଛି। ମାଜଗାଁଓ ଡକ୍‌ ଲିମିଟେଡ୍‌ରେ ଉକ୍ତ ଯୁଦ୍ଧଜାହାଜ ନିର୍ମାଣ କରାଯାଉଥିଲା। ପ୍ରୋଜେକ୍ଟ ୧୫ବି’ର ୪ଟି ଯୁଦ୍ଧଜାହାଜ ପାଇଁ ୨୦୧୧ ଜାନୁୟାରୀରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଭାରତୀୟ ନୌସେନାର ନାଭାଲ ଡିଜାଇନ ନିର୍ଦ୍ଦେଶାଳୟ ଉକ୍ତ ଜାହାଜର ଡିଜାଇନ ପ୍ରସ୍ତୁତ କରିଥିଲା। ୧୬୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ଯୁଦ୍ଧଜାହାଜର ପରିବହନ କ୍ଷମତା ୭,୪୦୦ ଟନ୍‌। ଏହା ସର୍ବାଧିକ ୩୦ ନଟ୍‌ସ (୫୫.୫୬୦ କିଲୋମିଟର) ବେଗରେ ଗତି କରିପାରିବ। ଉକ୍ତ ଯୁଦ୍ଧଜାହାଜରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଯଥା ମଧ୍ୟମ ଦୂରଗାମୀ ସ୍ଥଳରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଏବଂ ସ୍ଥଳଭାଗରୁ ସ୍ଥଳଭାଗକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମୁତୟନ କରାଯିବ।

Share