Categories: ଜାତୀୟ

ବଙ୍ଗୋପସାଗରରୁ ୩ ଡଙ୍ଗାକୁ ଉଦ୍ଧାର କଲା ନୌସେନା, ୩୬ ଧୀବର ସୁରକ୍ଷିତ…

ଚେନ୍ନାଇ,୨୯।୭ : ଭାରତୀୟ ନୌସେନା ଜାହାଜ ଖଞ୍ଜର ବଙ୍ଗୋପସାଗରରୁ ତିନୋଟି ଡଙ୍ଗାକୁ ସଫଳତାର ସହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ତାମିଲନାଡୁ ଉପକୂଳରୁ ୧୩୦ନ୍ୟୁଟିକାଲ ମାଇଲ ଦୂରରେ ଖରାପ ପାଗ ଯୋଗୁ ତିନୋଟି ମାଛଧରା ଡଙ୍ଗା ଅଟକି ରହିଥିଲ। ଏହି ଡଙ୍ଗାରେ ୩୬ ଜଣ ଭାରତୀୟ ଧୀବର ଥିଲେ।

ଖରାପ ପାଗ ଯୋଗୁଁ ଡଙ୍ଗାଗୁଡ଼ିକ ସମୁଦ୍ର ମଝିରେ ଅଟକି ରହିଥିଲା । ଇନ୍ଧନ, ଅଭାବ ଏବଂ ଇଞ୍ଜିନ ଚାଲିବା ଯୋଗୁ ଧୀବରମାନେ ଜାହାଜର ନୌସେନା ସହିତ ଯୋଗାଯୋଗ କରିଥିଲେ। ଧୀବରମାନେ ଦୁଇ ଦିନରୁ ଅଧିକ ସମୟ ସମୁଦ୍ରରେ ଫସି ରହିଥିଲେ।

ସେହିପରି ଅନ୍ୟ ଏକ ଘଟଣାରେ ଇଣ୍ଡିଆନ କୋଷ୍ଟଗାର୍ଡ ଡଙ୍ଗା ସି-୧୪୫ ଆଣ୍ଡାମାନର ଟେବୁଲ ଦ୍ୱୀପରେ ପାଟ୍ରୋଲିଂ କରୁଥିବା ସମୟରେ ତିନିଜଣ ଧୀବର ସମୁଦ୍ରରେ ଫସି ରହିଥିବାର ଦେଖିଲେ। ପାଟ୍ରୋଲିଂ ପାର୍ଟି ଦେଖି ସେମାନେ ସାହାଯ୍ୟ ମାଗିଥିଲେ। ଏହା ପରେ ପାଟ୍ରୋଲିଂ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଡିଜିଲିପୁର ବନ୍ଦରକୁ ଅଣାଯାଇଥିଲା। ଆଣ୍ଡାମାନ ଏବଂ ନିକୋବର କମାଣ୍ଡ ଏହି ସୂଚନା ଦେଇଛନ୍ତି।

Share