Categories: ଫୁରସତ

ସାମୁଦ୍ରିକ ସୀମା ସୁରକ୍ଷିତ ରଖେ ନୌସେନା

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ୧୯୭୧ ଡିସେମ୍ବର ୪ରେ ଅପରେଶନ ଟ୍ରାଇଡେଣ୍ଟ ସମୟରେ ଭାରତୀୟ ନୌସେନା ପିଏନ୍‌ଏସ୍‌ ଖାଇବର ସମେତ ଚାରିଟି ପାକିସ୍ତାନୀ ଜାହାଜକୁ ଧ୍ୱଂସ କରିଥିଲା। ଏହି ଘଟଣାରେ ଶହେରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।
ଏହି ଯୁଦ୍ଧରେ ଶହୀଦ୍‌ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଡିସେମ୍ବର ୩ରେ ନୌସେନା ଦିବସ ପାଳନ କରାଯାଇଥାଏ।
ଭାରତୀୟ ନୌସେନାରେ ୬୭,୦୦୦ରୁ ଅଧିକ କର୍ମଚାରୀ ଏବଂ ପ୍ରାୟ ୧୫୦ ଜାହାଜ ଏବଂ ବୁଡ଼ାଜାହାଜ ସାମିଲ ଅଛନ୍ତି।
୨୧ ଅକ୍ଟୋବର ୧୯୪୪ ରେ, ରୟାଲ ଇଣ୍ଡିଆନ ନେଭି ପକ୍ଷରୁ ପ୍ରଥମ ଥର ପାଇଁ ନୌସେନା ଦିବସ ପାଳନ କରାଯାଇଥିଲା। ନୌସେନା ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ଥିଲା ସାଧାରଣ ଲୋକଙ୍କ ମଧ୍ୟରେ ନୌସେନା ବିଷୟରେ ସଚେତନତା ବୃଦ୍ଧି କରାଯିବା। ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୧ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଇଥିଲା। ୩୦ ନଭେମ୍ବର ୧୯୪୫ର ରାତିରେ, ନୌସେନା ଦିବସ ପାଳନ ଅବସରରେ, ଇନକିଲାବ ଜିନ୍ଦାବାଦ ସ୍ଲୋଗାନ ଦିଆଥିଲା।

Share