ସିଦ୍ଧାର୍ଥଙ୍କ ପ୍ରେମରେ ଉବୁଟୁବୁ ଅମିତାଭ ବଚ୍ଚନଙ୍କ ନାତୁଣୀ

ବଲିଉଡ ଅଭିନେତା ସିଦ୍ଧନ୍ତ ଚତୁର୍ବେଦୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗେହରାୟାଁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ସିଦ୍ଧାନ୍ତଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। ସିଦ୍ଧାନ୍ତ ନିଜ ଅଭିନୟ ପରେ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାରେ ଅଛନ୍ତି। ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ନବ୍ୟାଙ୍କ ଫଟୋରେ ସିଦ୍ଧାର୍ଥ ହାର୍ଟ ଇମୋଜି ଦେବା ପରେ ଉଭୟଙ୍କ ଡେଟିଂ ଖବର ସାମ୍ନାକୁ ଆସିଛି।
ନବ୍ୟା ବଲିଉଡ ବଦଳରେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ନିଜ କାମକୁ ଏବେସମୟ ଦେଉଛନ୍ତି। ଏଥିସହ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରଶଂସକଙ୍କ ସହ ନିଜର ଫଟୋ ଏବଂ ଖୁସିର ମୁହୂର୍ତ୍ତଗୁଡିକୁ ଶେୟାର୍‌ କରନ୍ତି। ନିକଟରେ ନବ୍ୟା ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଏକ ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ନବ୍ୟା ହସୁଥିବା ନଜର ଆସିଛନ୍ତି। ନବ୍ୟାଙ୍କ ଏହି ପୋଷ୍ଟର କମେଣ୍ଟରେ ସିଦ୍ଧାର୍ଥ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

Share